ଭୁବନେଶ୍ବର: ASO ଲିଖିତ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୨୦୨୫ ଡିସେମ୍ବର ୭ରେ ସାନି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଏସ୍ଓ ପଦ ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ୭୧୧୩ ଜଣ ପ୍ରାର୍ଥୀଙ୍କ ପାଇଁ ଡିସେମ୍ବର ୭ରେ ନୂଆକରି ମୁଖ୍ୟ ଲିଖିତ ପରୀକ୍ଷା ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।
ଜୁଲାଇ ୧୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା ହେବ। ଜୁଲାଇ ୧୩ରେ ହୋଇଥିବା ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି ପରୀକ୍ଷାକୁ ବାତିଲ୍ କରିଛନ୍ତି। ଏଏସଓ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭ ହଜା ର ୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷା ପରିଚାଳନାରେ ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ହାଇକୋର୍ଟ। ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ପରେ ପରୀକ୍ଷା ବାତିଲ ହୋଇଥିଲା । ଆସନ୍ତା ଡିସେମ୍ବର ୭ ତାରିଖରେ ଆଉଥରେ ହେବ ASO ମେନ୍ ପରୀକ୍ଷା।
ଡିସେମ୍ବର ୭ରେ ହେବକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂରେ ଇଂରାଜୀ ବିଷୟ ରହିଛି। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ। ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି। ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ। ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କରାଯିବ। ସାନି ପରୀକ୍ଷା ପାଇଁ ଆଶାୟୀ ମାନେ ନଭେମ୍ବର ୧୭ ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ସେମାନଙ୍କର ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ।
ଅଧିକ ପଢନ୍ତୁ: CBSE ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାର ଚୂଡ଼ାନ୍ତ ତାରିଖ ପ୍ରକାଶ; ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ