କଟକ: ଐତିହାସିକ ବାଲିଯାତ୍ରାରେ ବୁଧବାର ରାତିରେ ଅଘଟଣ ଘଟିଛି । ଦୋଳି ମଜା ଉଠାଉଥିବା ବେଳେ ଦୋଳିରେ ଫସି ରହିଲେ ଲୋକେ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳି ଉପରକୁ ଉଠିଥିବା ବେଳେ ବନ୍ଦ ହୋଇ ଯାଇଥିଲା । କିନ୍ତୁ ସଜାଡିବା ପରେ ଫସି ଥିବା ଲୋକଙ୍କୁ ସକୁଶଳେ ଉଦ୍ଧାର କରାଯାଇଛି । ଏହି ଅଘଟଣ ଦେଖିଥିବା ଲୋକଙ୍କ ମନରେ ଛନକା ପଶି ଯାଇଛି ।
ବୁଧବାର ବାଲିଯାତ୍ରାର ଅଷ୍ଟମ ଦିନରେ ଘଟିଛି ଏକ ଅଘଟଣ । ନଦୀ କୂଳରେ ଲାଗିଥିବା ହାମର ଦୋଳି ଚାଲିଥିବା ବେଳେ ହଠାତ ଦୋଳିଟି ବନ୍ଦ ହୋଇ ଯାଇଥିଲା । ଯାହା ଫଳରେ ମଝି ଆକାଶରେ ଫସି ରହିଥିଲେ ଦୋଳିରେ ବସିଥିବା ଲୋକେ। ତେବେ ତୁରନ୍ତ ଦୋଳିର କର୍ମଚାରୀ , ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ।। କିଭଳି ଭାବେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଥିଲା । ପରେ ଫସି ରହିଥିବା ଲୋକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ।
Also read: ତହସିଲଦାରଙ୍କ ବଢ଼ିଲା କ୍ଷମତା; ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସରଳ କରିବା ପାଇଁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ