ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢ଼ିଲାଣି ଶୀତର ପ୍ରକୋପ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ। ସେହିଭଳି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି।
ତେବେ ସବୁଠାରୁ ଅଧିକ ଶୀତ ଦାରିଙ୍ଗବାଡିରେ ଅନୁଭୂତ ହେଉଛି ସକାଳୁ ସକାଳୁ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ତେବେ ସନ୍ଧ୍ୟା ହେଲା ମାତ୍ର ପାରଦ ଧୀରେ ଧୀରେ ଖସୁଛି। ଦେଖିବାକୁ ଗଲେ ବର୍ତ୍ତମାନ ଦାରିଙ୍ଗବାଡିରେ ପାରଦ ତଳମୁହାଁ ହୋଇ ୮.୫ ଡିଗ୍ରୀରେ ପହଞ୍ଚିଛି। ସେହିଭଳି ଜି ଉଦୟଗିରି ରେ ୮.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ୧୫.୫ ଡିଗ୍ରୀ ସେଲସିୟସ ଓ କଟକ ରେ ୧୫.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଆସନ୍ତା ୫ ଦିନ ମଧ୍ୟରେ ଉଭୟ ଦିନ ଓ ରାତ୍ରି ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ତେବେ କିଛି କିଛି ସ୍ଥାନରେ କାଠ ଜାଳି ଏହି କୋହଲା ପାଗର ମଜା ନେଉଛନ୍ତି ଲୋକେ।
ଅଧିକ ପଢନ୍ତୁ; ଆଜିଠୁ ରାଜ୍ୟରେ ପ୍ରବଳ ଶୀତ: ଏହି ତିନି ଜିଲ୍ଲାରେ ହେବ ପ୍ରବଳ ଶୀତ