ଭୁବନେଶ୍ୱର: ଆଜିଠୁ ବଢିବ ଶୀତର ପ୍ରକୋପ। ମଙ୍ଗଳବାର ଠାରୁ ପାରଦ ପାଖାପାଖି ୨ ରୁ ୩ ଡିଗ୍ରୀ ଖସିଛି। ଆଗାମୀ ୨୪ ଘଣ୍ଟାରେ ମଧ୍ୟ ଜାରି ରହିବ ଏହିଭଳି ଶୀତ ପ୍ରକୋପ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡାର ପରିମାଣ ଅଧିକ ରହୁଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଅଧିକା ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ, ବିଶେଷ କରି ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ ଅଧିକ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଉଲକେଲା, କୋରାପୁଟ ଓ ଭବାନୀପାଟଣାରେ ଶୀତ ସହ କୁହୁଡ଼ି ପଡ଼ିଥିଲା। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି। ଦାରିଙ୍ଗବାଡିରେ ସର୍ବନିମ୍ନ ୯.୫ ଡିଗ୍ରୀ ସେଲସିଅସକୁ ଖସିଥିଲା ତାପମାତ୍ରା।