ଭଦ୍ରକ : ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଅଘଟଣ । ତୁଠରେ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡି ନାବାଳିକା ମୃତ ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୂଡ଼ାକୁଟି ପଞ୍ଚାୟତର ନାରାୟଣପୁର ଗାଁରେ ଘଟିଛି ଏହି ଅଘଟଣ। ୪ ଜଣ ନାବାଳିକା ନିକଟତମ ରେବ ନଦୀକୁ ଯାଇଥିଲେ। କିନ୍ତୁ ପାଣି ସୁଅରେ ସମସ୍ତେ ଭାସିଯାଇଥିଲେ। ସୌଭାଗ୍ୟବଶତଃ ୩ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ଯୁ ହୋଇଛି। ମୃତ ନାବାଳିକା ନାମ ଇପ୍ସିତା ନାଥ। ସ୍ଥାନୀୟ ଲୋକେ ଇପ୍ସିତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।