ପୁରୀ : ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ସାରିବା ପରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଗଲା । ପୁରୀ ହସ୍ପିଟାଲରେ ଭକ୍ତଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ମହିଳା ଭକ୍ତ ଜଣକ ହେଉଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ୪୪ ବର୍ଷୀୟା ବର୍ଷା ଗୁପ୍ତା।
ସୂଚନା ଅନୁଯାୟୀ ନିଜ ପରିବାର ସହ ଶୁକ୍ରବାର ଠାରୁ ସେ ପୁରୀ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶନିବାର ବର୍ଷା ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିର ଆସିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା କରୁଥିବା ସମୟରେ ବର୍ଷା ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।