ଭୁବନେଶ୍ୱର : ପରିବା ଦର ବୃଦ୍ଧି ପରେ ଏବେ ହଠାତ୍ ପିଆଜ ଦର ବୃଦ୍ଧି ଘଟିଛି । ପିଆଜ କିଲୋ ପ୍ରତି ହଠାତ ୫୦ ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଯେଉଁ ପିଆଜ ଦର ଗତ ଦୁଇ ଦିନ ତଳେ ସ୍ୱାଭାବିକ ଥିଲା, ଅର୍ଥାତ କିଲୋ ପ୍ରତି ୩୦ ରୁ ୩୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ହଠାତ୍ ବୃଦ୍ଧି ପାଇଛି । ପିଆଜ ଦର କିଲୋପ୍ରତି ଏବେ ବଜାରରେ ୫୦ ଟଙ୍କା ଦରରେ ବିକ୍ରୟ ହେଉଛି । ଏବେ ଏହାର ଦର କିଲୋପ୍ରତି ଖୁଚୁରାରେ ପ୍ରାୟ ୧୫ ଟଙ୍କା ବୃଦ୍ଧି ଘଟିଛି ।
କଟକ ଛତ୍ର ବଜାର ପରିବା ମାର୍କେଟରେ ପିଆଜ କେଜି ପିଛା ୫୦ଟଙ୍କା ରହିଛି । ୩ କେଜିକୁ ୧୪୦ ଟଙ୍କା ରହିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୩୦ ଟଙ୍କା ବଢ଼ିଯାଇଛି । ଯୋଗାଣ କମିଯିବା ଯୋଗୁ ଖୁଚୁରା ବଜାରରେ ଏହାର ଦର ହଠାତ୍ ଆକାଶଛୁଆଁ ରହିଛି । ଦର ବୃଦ୍ଧିର ମୁଖ୍ୟ କାରଣ ନାସିକରେ ଫସଲ ନଷ୍ଟ ବୋଲି କୁହାଯାଉଛି । ଓଡ଼ିଶା ପିଆଜ ପାଇଁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରେ । ସେଠାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପିଆଜ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ବନ୍ୟା ପରିସ୍ଥିତି ଯୋଗୁଁ ମାଲ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ବଜାରକୁ ପିଆଜ ଆମଦାନୀ ବହୁତ କମି ଯାଇଥିବାରୁ ଓଡିଶା ବଜାରରେ ଦର ହୁହୁ ହୋଇ ବଢୁଛି।