ବାରିପଦା : ପୁଲିସ୍ ବାବୁଙ୍କ ନାଁ ରେ ସାଂଘାତିକ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପୁଲିସ୍ ବାବୁଙ୍କୁ ଅଟକ କରିଛି। ଅଟକ ଥିବା ଅଭିଯୁକ୍ତ ହେଉଛନ୍ତି ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ପୁଲିସ ଉପ-ପରିଦର୍ଶକ (SI) ପ୍ରଭାତ କୁମାର ନାୟକ । ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଠକେଇ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ପ୍ରଭାତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବିବାହ କରିବାକୁ ମନା କରି ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପୀଡ଼ିତା ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏସଆଇ ଓ ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ।