ପାରାଦ୍ୱୀପ: ଦୁଇଦିନିଆ ପାରାଦୀପ ଗସ୍ତରେ ଆସିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ଓ ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ l ଏହି ଅବସରରେ ପାରାଦୀପ ରେ ଅନେକ ବିକାଶ ମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରିବା ସହିତ ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ l ପୂର୍ବ ଭାରତ ବିକାଶ ର ଦ୍ୱାରଦେଶ ପାଲଟିବା ସହିତ ବିକଶିତ ଭାରତ ଓ ବିକଶିତ ଓଡିଶାର ମୁଖ୍ୟଦ୍ୱାର ପାଲଟିଛି ପାରାଦୀପ ବନ୍ଦର l ଦୁଇଦିନିଆ ପାରାଦୀପ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ୧୮.୫ ମିଟର ଡ୍ରିପ୍ ଡ୍ରାଫ୍ଟକୁ ଉଦ୍ଘାଟନ କରିଛନ୍ତି। ଏହି ଡ୍ରିପ୍ ଡ୍ରାଫ୍ଟ ଦ୍ୱାରା ପାରାଦୀପ ବନ୍ଦରରେ ଅଧିକ କାର୍ଗୋ ବୋଝେଇ ବଡ଼ ବଡ଼ ଜାହାଜ ସହଜରେ ଲାଗିପାରିବ। ଫଳରେ ସମୟ ବଞ୍ଚିବ, ଖର୍ଚ୍ଚ କମିବ ଏବଂ ପାରାଦୀପରେ ଅଧିକ କାର୍ଗୋ ହ୍ୟାଣ୍ଡଲିଂ ହୋଇପାରିବ। ପାରାଦୀପ ପୋର୍ଟ ଯେଉଁ ୩୦୦ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ଲକ୍ଷ୍ୟ ରଖିଛି ତାହା ଏହା ଦ୍ୱାରା ସହଜରେ ହାସଲ କରାଯାଇପାରିବ ।
ସେହିପରି କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମ ରେ ଏକ ସ୍ପୋର୍ଟ୍ସ ହଷ୍ଟେଲ ର ଉଦଘାଟନ କରିବା ସହିତ ପାରାଦୀପ ବନ୍ଦର ଟାଉନସିପ୍ରେ ପିଏନଜି ଭିତ୍ତିଭୂମିର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମଧୁବନରେ ୨୦ କୋଟି ଟଙ୍କା ବ୍ୟୟରେ ୫୪୬ଟି କ୍ୱାର୍ଟରକୁ ପିଏନଜି ସଂଯୋଗ ଯୋଗାଇ ଦିଆଯିବ। ଏହି ପଦକ୍ଷେପ ପାରାଦୀପ ବାସିନ୍ଦାଙ୍କ ପାଇଁ ନିରାପଦ, ନିର୍ଭରଯୋଗ୍ୟ ଏବଂ ସ୍ୱଚ୍ଛ ଶକ୍ତି ସୁନିଶ୍ଚିତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ l ପାରାଦୀପ ଭାରତବର୍ଷ ର ପ୍ରଥମ ପ୍ରମୁଖ ବନ୍ଦର ପାଲଟିଛି ଯାହାର ଆବାସିକ ଟାଉନସିପ୍ରେ ପିଏନଜି ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି l
ଏହା ସହିତ ପାରାଦୀପରେ ଏକ ନୂଆ ବ୍ରିଜ୍ ମଧ୍ୟ ଉଦ୍ଘାଟନ କରାଯାଇଛି, ଯାହାଦ୍ୱାରା ପାରାଦୀପ ବନ୍ଦର ଅଞ୍ଚଳ ରେ ଟ୍ରାଫିକ ପରିଚାଳନା ସୁଗମ ହେବ l ଏହି ଅବସରରେ ଅନେକ ନୂତନ ପ୍ରକଳ୍ପ ନିମନ୍ତେ ଏମଓୟୁ ସ୍ଵାକ୍ଷରିତ ହେବା ସହିତ କିପରି ପାରାଦୀପ ବନ୍ଦର ଆହୁରି ବିକାଶଶିଳ ହେବ ଏବଂ ପ୍ରଧାନମନ୍ତ୍ରୀ ଙ୍କ ବିକଶିତ ଭାରତ ରେ ପାରାଦୀପ ବନ୍ଦର ପ୍ରମୁଖ ଭୂମିକା ନିଭାଇବ ଆଜିର କାର୍ଯ୍ୟକ୍ରମ ଏହାର ପ୍ରତିଫଳନ ବୋଲି କହିଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ କେନ୍ଦ୍ରମନ୍ତ୍ରୀ ଙ୍କ ଏହି ଦୂର ଦୃଷ୍ଟି ସମ୍ପନ୍ନ କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ପାରାଦୀପ ବିକାଶ ପାଇଁ କେନ୍ଦ୍ର ସରକାର ଙ୍କ ପ୍ରଚେଷ୍ଟା କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି l