ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଜୀବନର ମୂଲ୍ୟବାନ ସମୟ ଦେଇଥିବା ଅର୍ଦ୍ଧସାୈନିକ ବାହିନୀର ଅବସରପ୍ରାପ୍ତ ଯବାନମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀର ପ୍ରସିଦ୍ଧ ଜନ୍ତରମନ୍ତର ଠାରେ ସିଆରପିଏଫ୍ (CRPF) ଏବଂ ସିଆଇଏସ୍ଏଫ୍ (CISF) ର ପୂର୍ବତନ କର୍ମଚାରୀମାନେ ଆମରଣ ଅନସନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି।
ଆନ୍ଦୋଳନରତ ଯବାନମାନଙ୍କ କହିବା କଥା ଯେ, ଅବସର ପରେ ସେମାନେ ସରକାରଙ୍କଠାରୁ ସେତେଟା ସୁବିଧା ପାଉନାହାଁନ୍ତି ଯାହା ସେମାନଙ୍କର ହକ୍। ସେମାନେ ମୁଖ୍ୟତଃ 'ୱାନ୍ ରାଙ୍କ୍ ୱାନ୍ ପେନସନ୍' (OROP) ଲାଗୁ କରିବା, ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ସେନା ଭଳି କ୍ୟାଣ୍ଟିନ୍ ସୁବିଧା ଯୋଗାଇଦେବା ଭଳି ଦାବିଗୁଡ଼ିକ ଉପସ୍ଥାପନ କରିଛନ୍ତି।
ବଢ଼ିଲା ଚାପ: ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଅବସରପ୍ରାପ୍ତ କର୍ମଚାରୀମାନେ ସରକାରଙ୍କ ଅବହେଳା ନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଜନ୍ତରମନ୍ତରରେ ଏହି ଆମରଣ ଅନସନ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଏବଂ ପ୍ରଶାସନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାର ଆଶା କରାଯାଉଛି।
Also Read: ‘ସବୁଦିନ ପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟରେ ଜିହାଦୀଙ୍କ ମୁହଁ ବନ୍ଦ କରିଦେବି‘