କଟକ: ବାଲିଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର । ଆଉ ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ନଭେମ୍ବର ୧୩ ଗୁରୁବାରରେ ସରିବ ବାଲିଯାତ୍ରା।
ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ବ୍ୟବସାୟୀଙ୍କ କାରବାରକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଆଉ ଦିନଟିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବାଲିଯାତ୍ରା ୧୨ ତାରିଖ ପରିବର୍ତ୍ତେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ମୁଖ୍ଯମନ୍ତ୍ରୀ ମହୋଦୟ ମଧ୍ଯ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି। ଚଳିତ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆୟୋଜିତ ଏହି ଯାତ୍ରା ନବମ ଦିବସରେ ଉଦଯାପନ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଥିଲେ ।