ଭବାନୀପାଟଣା : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ବିଭାଗର ଜଣେ ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନସନ୍ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବରିଷ୍ଠ କିରାଣୀ ଜଣକ ନିଜ ସରକାରୀ ବାସଭବନ ରେ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ବର୍ତ୍ତମାନ ଏହି ସଂକ୍ରାନ୍ତ ନେଇ ଆହୁରି ଛାନଭିନ ଆରମ୍ଭ କରିଛି ।