କଟକ : ଆଜି ଶେଷ ଦିନରେ କମ୍ପିବ ଐତିହାସିକ କଟକ ବାଲିଯାତ୍ରା ପଡିଆ । ସନ୍ଧ୍ଯାରେ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ତାଙ୍କ ସୁମଧୁର କଣ୍ଠରେ ମତୁଆଲା ହେବେ ଦର୍ଶକ । ଆଜି ଭୁବନେଶ୍ୱରରେ ପହିଁଚିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ।ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ଶ୍ରେୟା ଘୋଷାଲ ପୋଷ୍ଟ କରିଥିଲେ ।
ସୂଚନା ଅନୁଯାୟୀ ,ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା । ଆଠଦିନର ଏହି ମୁକ୍ତାକାଶ ବାଣିଜ୍ୟ ମେଳା ବୁଧବାର ଅର୍ଥାତ୍ ୧୨ତାରିଖ ଉଦଯାପନ ହୋଇଥାନ୍ତା । କିନ୍ତୁ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ଅବଧି ଦିନଟିଏ ବୃଦ୍ଧି କରାଯାଇଥିଲା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦିନଟିଏ ବୃଦ୍ଧି ପାଇଛି, ତେଣୁ ବ୍ୟବସାୟୀଙ୍କୁ ପ୍ଲଟ୍ ବାବଦରେ ଅତିରିକ୍ତ ଦିନ ପାଇଁ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ । ଗୁରୁବାର ରାତି ୧୧ଟାରେ ଶେଷ ହେବ ବାଲିଯାତ୍ରା । ପୁଣି ଆର ବର୍ଷକୁ ସମସ୍ତେ ଅପେକ୍ଷା କରିବେ।