କୋଲକାତା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଆସନ୍ତାକାଲି ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ବେଶ ପ୍ରତିଦ୍ଵନ୍ଦ୍ଵିତା ହେବ ବୋଲି ଆଶା କରାଯାଉଛି। ଅଧିନାୟକ ଭାବରେ ତେମ୍ବା ବାଭୁମା କେବେ ବି କୌଣସି ଟେଷ୍ଟ ହାରି ନାହାନ୍ତି। ଅନ୍ୟପଟେ ଭାରତ ଗତ ୨୫ ବର୍ଷ ମଧ୍ୟରେ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଟେଷ୍ଟ ହାରିଛି। ଅଧିନାୟକ ଭାବରେ, ଶୁଭମନ ଗିଲ ମଧ୍ୟ ଘରୋଇ ପରିବେଶରେ ଖେଳାଯାଇଥିବା ଉଭୟ ଟେଷ୍ଟ ଜିତିଛନ୍ତି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟରେ ଋଷଭ ପନ୍ତଙ୍କ ଭାରତର ଚୂଡ଼ାନ୍ତ ଏକାଦଶକୁ ଫେରିବା ସ୍ପଷ୍ଟ ହୋଇଛି। ଧ୍ରୁବ ଜୁରେଲ ଖେଳୁଥିବାରୁ ନୀତିଶ କୁମାର ରେଡ୍ଡୀଙ୍କୁ ବାଦ ଦିଆଯାଇଛି। ଇଡେନ ଗାର୍ଡେନ୍ସ ପିଚ୍ ଦେଖି, ଭାରତ ତିନି ଜଣ ସ୍ପିନର ଏବଂ ଦୁଇଜଣ ଦ୍ରୁତ ବୋଲରଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି।
କୋଲକାତାରେ ଟିମ୍ ଇଣ୍ଡିଆର ଟେଷ୍ଟ ରେକର୍ଡ କେମିତି ?
ଇଡେନ ଗାର୍ଡେନ୍ସରେ ଭାରତର ଏକ ଲମ୍ବା ଇତିହାସ ଅଛି।ଏଠାରେ ପ୍ରଥମ ଟେଷ୍ଟ ୧୯୩୪ମସିହାରେ ଖେଳାଯାଇଥିଲା। ୩୮ ବର୍ଷ ପରେ ୧୯୭୨ ମସିହାରେ ଏହି ଗ୍ରାଉଣ୍ଡରେ ଭାରତ ପ୍ରଥମ ଟେଷ୍ଟ ଜିତିଥିଲା। ଗତ ୨୦ ବର୍ଷ ମଧ୍ୟରେ ଏହି ଗ୍ରାଉଣ୍ଡରେ ଭାରତର ଟେଷ୍ଟ ରେକର୍ଡ ଦମଦାର ରହିଛି।
୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ହାରିବା ପରଠାରୁ, ଭାରତ ଏହି ଗ୍ରାଉଣ୍ଡରେ ମୋଟ ୧୨ଟି ଟେଷ୍ଟ ଖେଳିଛି, ଯେଉଁଥିରେ ୮ଟି ଜିତିଛି ଏବଂ କେବଳ ଗୋଟିଏ ହାରିଛି। ତିନୋଟି ଟେଷ୍ଟ ଡ୍ର ରହିଛି। ଭାରତ କୋଲକାତାରେ ମୋଟ ୪୨ଟି ଟେଷ୍ଟ ଖେଳିଛି। ଏଥିରୁ ଦଳ ୧୩ଟି ଜିତିଛି ଏବଂ ୯ଟି ହାରିଛି। ୨୦ଟି ଟେଷ୍ଟ ଡ୍ର ହୋଇଛି।
ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ସର୍ବାଧିକ ସ୍କୋର
ଭାରତ - ଅଷ୍ଟ୍ରେଲିଆ ବିପକ୍ଷରେ ୬୫୭/୭ ଇନିଂସ ଘୋଷିତ (୨୦୦୧)
ଇଡେନ୍ ଗାର୍ଡେନ୍ସରେ ସର୍ବାଧିକ ଟେଷ୍ଟ ରନ୍ (ଟପ୍ ୫)
ଭିଭିଏସ୍ ଲକ୍ଷ୍ମଣ - ୧୨୧୭
ରାହୁଲ ଦ୍ରାବିଡ୍ - ୯୬୨
ସଚିନ୍ ତେନ୍ଦୁଲକର - ୮୭୨
ମହମ୍ମଦ ଆଝାରୁଦ୍ଦିନ - ୮୬୦
ଦିଲୀପ ଭେଙ୍ଗସରକାର - ୬୪୫
ଇଡେନ୍ ଗାର୍ଡେନ୍ସରେ ସର୍ବାଧିକ ଟେଷ୍ଟ ୱିକେଟ୍ (ଟପ୍ ୫)
ହରଭଜନ ସିଂହ - ୪୬
ଅନିଲ କୁମ୍ବଲେ - ୪୦
ବିଶେନ୍ ସିଂହ ବେଦୀ - ୨୯
କପିଲ୍ ଦେବ - ୨୭
ମହମ୍ମଦ ଶାମି - ୨୩
ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ଲାଇଭ୍ କେଉଁଠାରେ ଦେଖିବେ?
ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ୧୪ ନଭେମ୍ବରରୁ ୧୮ ନଭେମ୍ବର ମଧ୍ୟରେ ଖେଳାଯିବ। ଟସ୍ ସକାଳ ୯:୦୦ ଟାରେ ହେବ, ପ୍ରତିଦିନ ସକାଳ ୯:୩୦ ରୁ ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ ଷ୍ଟାର ସ୍ପୋର୍ଟସ୍ ନେଟୱର୍କରେ ସିଧା ପ୍ରସାରଣ କରାଯିବ। ଜିଓହଟଷ୍ଟାର ଆପ୍ ଏବଂ ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।