ନୂଆଦିଲ୍ଲୀ: ଦିଲ୍ଲୀର ସ୍ଥିତି ବହୁତ ଗମ୍ଭୀର । କେହି କୋର୍ଟକୁ ଆସନ୍ତୁ ନାହିଁ ବରଂ ଘରେ ରହି ଆଭାସୀ ମାଧ୍ୟମରେ ମାମଲା ପରିଚାଳନା କରନ୍ତୁ । ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ନେଇ ସମସ୍ତ ଓକିଲମାନଙ୍କୁ ଗୁରୁବାର ଏଭଳି ପରାମର୍ଶ ଦେଇଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ ।
ଜାତୀୟ ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ବିଷ ବଳୟ ଭିତରେ ରହିଛି । ପ୍ରଦୂଷଣ ମାତ୍ର ଏତେ ବୃଦ୍ଧି ପାଇଛି ଯେ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଛି । ଯାହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତ ପ୍ରକଟ କରିଛନ୍ତି । ଅଦାଲତ ସମସ୍ତ ଓକିଲ ମାନଙ୍କୁ ଶାରୀରିକ ଭାବେ ଉପସ୍ଥିତ ନ ଭିଡ଼ିଓ କନଫରେନ୍ସିଂର ସୁବିଧାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି । ବିଚାରପତି ପିଏସ୍ ନରସିଂହ୍ମା ଏବଂ ବିଚାରପତି ଏସ୍. ଚନ୍ଦ୍ରକରଙ୍କ ଖଣ୍ଡପୀଠ ଦିଲ୍ଲୀ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି କହିଛନ୍ତି । ବାର୍ ଆଣ୍ଡ୍ ବେଞ୍ଚର ରିପୋର୍ଟ ଅନୁସାରେ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି, ସ୍ଥିତି ବହୁତ ଗମ୍ଭୀର । ଆପଣମାନେ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି । ଆମ ପାକରେ ଭର୍ଚୁଆଲ୍ ଶୁଣାଣିର ସୁବିଧା ରହିଛି । ଦୟାକରି ଏହାର ଲାଭ ଉଠାନ୍ତୁ ନାହିଁ । ଏହି ପ୍ରଦୂଷଣ ସ୍ଥାୟୀ ଭାବରେ କ୍ଷତି କରିବ । ଏହାର ଉତ୍ତରରେ ବରିଷ୍ଠ ଅଧିବକ୍ତା କପିଲ ସିବ୍ବଲ କହିଥିଲେ ଯେ ଆମେ ମାସ୍କ ବ୍ୟବହାର କରୁଛୁ । ସିବ୍ବଲଙ୍କ ଉତ୍ତରରେ ଜବାବ ରଖି ବିଚାରପତି ନରସିଂହ୍ମା କହିଥିଲେ ଯେ ମାସ୍କ ପର୍ୟ୍ୟାପ୍ତ ନୁହେଁ । ପ୍ରଧାନ ବିଚାରପତିଙ୍କ ସହିତ ଏ ବାବଦରେ ଆଲୋଚନା କରିବା ନେଇ ବିଚାରପତି କହିଛନ୍ତି ।
ଦିଲ୍ଲୀରେ ଗୁରୁବାର ଘନ କୁହୁଡ଼ି ଆଚ୍ଛାଦିତ ଥିଲା । ବାୟୁର ମାନ ତୃତୀୟ ଦିନରେ ମଧ୍ୟରେ ଗମ୍ଭୀର ଶ୍ରେଣୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ସକାଳ ସମୟରେ ବାୟୁର ଗୁଣାବତ୍ତା ୪୦୪ ଏକ୍ୟୁଆଇ ଥିଲା । ଦିଲ୍ଲୀର ୨୭ଟି ସ୍ଥାନରେ ପ୍ରଦୂଷଣ ଗମ୍ଭୀର ଥିଲା । ଯେଉଁଥିରେ ବୁରାଡ଼ୀ (୪୩୩), ଚାନ୍ଦିନୀ ଚୌକ (୪୫୫), ଆନନ୍ଦ ବିହାର (୪୩୧), ମୁଣ୍ଡକା (୪୩୮), ପୁସା (୩୦୨), ବବାନା (୪୬୦) ଏବଂ ବଜୀରପୁର (୪୫୨) ଥିଲା ।