ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି । ଏଥିସହ ସମସ୍ତ ଆଇସିଡିସି ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଚିଠି ହୋଇଛି। ଘର ଘର ବୁଲି ସମସ୍ତ ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ।
ଏହି ସର୍ଭେ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଜନ୍ମରୁ ୬ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ କରାଯିବ। ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ। NEP-୨୦୨୦,RPWD ଆକ୍ଟ ୨୦୧୬ରେ ଏମାନଙ୍କୁ ସାମିଲ କରାଯିବ। ସର୍ଭେ ଠିକ୍ ଭାବେ ହେଉଛି କି ନାହିଁ ଅଧିକାରୀମାନେ ଯାଞ୍ଚ କରିବେ। ଆସନ୍ତା ୧ ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦିଆଯାଇଛି ।