ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ। ଏହି ଧାରା ଆହୁରି ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଗୁରୁବାର ୧୦ ଡିଗ୍ରୀ ତଳେ ରାଜ୍ଯର ୪ ସହରର ତାପମାତ୍ରା ରହିଥିବାବେଳେ ସେମିଳିଗୁଡ଼ାରେ ସର୍ବଧିକ ଥଣ୍ଡା ରେକର୍ଡ ହୋଇଛି । ଆଜି ଏଠାରେ ତାପମାତ୍ରା ୭.୧ ଡିଗ୍ରୀ ରହିଛି।
ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୭.୫ ଏବଂ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି। ଟ୍ବିନ୍ ସିଟିର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବାବେଳେ କଟକରେ ୧୪.୬ ଓ ଭୁବନେଶ୍ୱରର ତାପମାତ୍ରା ୧୪.୧ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ କିଛି ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଅନେକ ସ୍ଥାନରେ ଶୀତ ଜାରିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।