କଟକ: ରାଜ୍ୟର ପୋଲିସ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଜରୁରୀକାଳୀନ ସେବା ପ୍ରଣାଳୀ (ERSS)ର ତୃତୀୟ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ମୋଟ ୪,୧୯୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଡିଜିପିଙ୍କ ଅନୁମୋଦନ କ୍ରମେ ଏହି ପଦବୀଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପୋଲିସ କମିଶନରେଟଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଛି।
କେଉଁ ପଦବୀରେ କେତେ ସଂଖ୍ୟକ ନିଯୁକ୍ତି ?
ଏହି ନୂତନ ବିଜ୍ଞପ୍ତି ଅନୁସାରେ ବିଭିନ୍ନ ବର୍ଗରେ ନିମ୍ନୋକ୍ତ ପଦବୀଗୁଡ଼ିକ ସୃଷ୍ଟି କରାଯାଇଛି
କନଷ୍ଟେବଳ: ୨,୬୯୯
ସହକାରୀ ସବ-ଇନ୍ସପେକ୍ଟର (ASI): ୯୭୨
ହାବିଲଦାର ମେଜର: ୩୭୭
ସବ-ଇନ୍ସପେକ୍ଟର (SI): ୧୦୮
ସବ-ଇନ୍ସପେକ୍ଟର (ଆର୍ମଡ୍): ୩୬
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ: ୧
ଅତିରିକ୍ତ SP / ଡେପୁଟି କମାଣ୍ଡାଣ୍ଟ: ୨
ମୋଟ ପଦବୀ: ୪,୧୯୫
ଜିଲ୍ଲାୱାରୀ ପଦବୀ ବଣ୍ଟନ ତାଲିକା
ସୃଷ୍ଟି ହୋଇଥିବା ଏହି ପଦବୀଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ଆବଣ୍ଟନ କରାଯାଇଛି
କୋରାପୁଟ: ୨୧୨
କେନ୍ଦୁଝର: ୨୦୨
ଅନୁଗୋଳ, ଗଞ୍ଜାମ, ସମ୍ବଲପୁର: ପ୍ରତ୍ୟେକକୁ ୧୯୨
ବାଲେଶ୍ୱର, ରାଉରକେଲା: ପ୍ରତ୍ୟେକକୁ ୧୮୩
ଯାଜପୁର, ପୁରୀ: ପ୍ରତ୍ୟେକକୁ ୧୭୨
ବଲାଙ୍ଗୀର: ୧୬୩
କଟକ (ଗ୍ରାମାଞ୍ଚଳ): ୧୫୩
କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା: ପ୍ରତ୍ୟେକକୁ ୧୪୨
ରାଇରଙ୍ଗପୁର: ୧୩୮
ବରଗଡ଼: ୧୨୩
ମୟୂରଭଞ୍ଜ: ୧୧୩
ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର: ପ୍ରତ୍ୟେକକୁ ୧୦୩
କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ସୁନ୍ଦରଗଡ଼: ପ୍ରତ୍ୟେକକୁ ୯୨
ବ୍ରହ୍ମପୁର, ଝାରସୁଗୁଡ଼ା: ପ୍ରତ୍ୟେକକୁ ୮୩
ଗଜପତି: ୭୪
ଜଗତସିଂହପୁର, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର: ପ୍ରତ୍ୟେକକୁ ୭୩
ୟୁପିଡି କଟକ: ୬୪
ବୌଦ୍ଧ: ୫୪
ଦେବଗଡ଼: ୩୪
ୟୁପିଡି ଭୁବନେଶ୍ୱର: ୧୨
ଏସପି ହେଡକ୍ୱାଟର (SERC/MERC): ୬