ଭୁବନେଶ୍ୱର :ଆସନ୍ତା ସେପ୍ଟେମ୍ବର ୫ ଏବଂ ୬ ତାରିଖରେ ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କଟକର ଇନଡୋର ଷ୍ଟାଡିୟମଠାରେ ଏହି ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ସମ୍ପର୍କରେ ରାଜ୍ୟ ବିଜେପି ଉପସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କାର୍ଯ୍ୟକାରିଣୀ ବୈଠକରେ ଜାତୀୟ ସାଧାରଣ ସଂପାଦକ ତଥା ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲ ସହ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ। ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିଧାୟକ ଉପସ୍ଥିତ ରହିବେ। ବୈଠକରେ ୩ ପ୍ରସ୍ତାବ ଆଗତ ହେବା ନେଇ ରାଜ୍ୟ ଉପସଭାପତିଙ୍କ ସୂଚନା ଦେଇଛନ୍ତି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହି ବୈଠକରେ ଏକ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ଓ ରଣନୀତି ପ୍ରସ୍ତୁତ କରିବ। ବିଜେପି ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ୍ କରିବା ପାଇଁ ଏଥିରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।