ମାଲକାନଗିରିରେ ଜିଲ୍ଲା ବନ ବିଭାଗକୁ ବଡ଼ ସଫଳତା । ଚୋରା ଚାଲାଣ ବେଳେ ଏକ ଅଟୋରିକ୍ସାରୁ ୧୫୫ଟି ଫ୍ଲାପ୍-ସେଲ୍ଡ କଇଁଛ ଜବତ କରିଛି ବନ ବିଭାଗ । ତେବେ ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ମାଲକାନଗିରି ରେଞ୍ଜ ଅଧୀନ ମାଲକାନଗିରି-୧ ବିଟ୍ର ତାମସା ଗାଁ ନିକଟରେ ଚାଲିଥିଲା କଇଁଛ ଚୋରା ଚାଲାଣ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ରେଞ୍ଜ କର୍ମଚାରୀ ଚଢ଼ାଉ କରିଥିଲେ । ବନ ଅଧିକାରୀମାନେ ଅଟୋ ଯାଞ୍ଚ କରି ଅନେକ ଥର୍ମୋକୁଲ୍ ବାକ୍ସରେ ପ୍ୟାକ୍ ହୋଇଥିବା ୧୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରି ସେଗୁଡ଼ିକୁ ଜବତ କରିଥିଲେ। ପରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଟୋ ଚାଳକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଏକ ମାମଲା ଆରମ୍ଭ କରିଛି। କଇଁଛଗୁଡ଼ିକ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଚାଲିଛି ।