ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କେରଳମରେ ୬ ଜଣ ଓଡ଼ିଆ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୫୩ କିଲୋ ୪୫୩ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । କେରଳମ୍ ପୋଲିସର ଆଣ୍ଟି ଡ୍ରଗ୍ସ ସ୍କ୍ୱାର୍ଡ ଟିମ୍ ସେମାନଙ୍କୁ ଓଲାଭାକୋଡେ ନିକଟରୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଜିଖୋରିଆ ଦିଗାଲ (୨୨), ପୁରନ୍ଦର ଖୁରା (୩୪), ଜୁଧିଷ୍ଟିର ବିଭର (୨୮), ଲାବଣ୍ୟା ଖୁରା ( ୨୫), ଅନିଲ କୁମାର ଦିଗାଲ (୨୮) ଏବଂ ଖ୍ରୀଷ୍ଣ ଦିଗାଲ (୪୫) । ଏ ଅବଦୁଲ ରାଶିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ସ୍ୱତନ୍ତ୍ର ଅପରେସନ୍ ଜରିଆରେ ଏମାନଙ୍କୁ ଗିରଫ କରିଛି । ଏମାନେ ଓଡ଼ିଶାରୁ କେରଳମକୁ ଗଞ୍ଜେଇ ଚାଲାଣ କରନ୍ତି ବୋଲି ପୋଲିସ କହିଛି । ଅଭିଯୁକ୍ତ ପୁରନ୍ଦର ଖୁରା ନାମରେ ୨୦୨୩ରେ ମଧ୍ୟ କୋଚିରେ ମଧ୍ୟ ନିଶା କାରବାର ନେଇ ଏକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।