ନୂଆଦିଲ୍ଲୀ: ରୁଷ୍ରୁ କଞ୍ଚା ତେଲ କିଣିବା କିମ୍ବା ନ କିଣିବା ସହିତ ୟୁକ୍ରେନ ଯୁଦ୍ଧର କୌଣସି ସମ୍ପର୍କ ନାହିଁ ଏବଂ ଏହାଦ୍ୱାରା ଯୁଦ୍ଧ ବନ୍ଦ ହୋଇଯିବ ନାହିଁ। ୟୁକ୍ରେନ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଡା. ଏସ୍. ଜୟଶଙ୍କର କୀଭରେ ଏକ ପ୍ରେସମିଟ୍କୁ ସମ୍ବୋଧନ କରି ଏଭଳି ଏକ ସ୍ପଷ୍ଟ ଏବଂ ଦୃଢ଼ ବୟାନ୍ ରଖିଛନ୍ତି। ଏମିତି ବୟାନ ଦେଇ ଆମେରିକାକୁ ଜୟଶଙ୍କରଙ୍କ କଡା ଜବାବ ଦେଇଛନ୍ତି ଜୟଶଙ୍କର ।
ୟୁକ୍ରେନ ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଭାରତଦ୍ୱାରା ରୁଷ୍ରୁ କଞ୍ଚା ତେଲ ଆମଦାନୀ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ଏବଂ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ତେଲ କ୍ରୟକୁ ନେଇ କରାଯାଉଥିବା ସମାଲୋଚନାର ଜବାବରେ ସେ ସ୍ପଷ୍ଟ କରିଛନ୍ତି ଯେ, କେବଳ ତେଲ କାରବାରକୁ ଯୁଦ୍ଧର କାରଣ କିମ୍ବା ସମାଧାନ ଭାବେ ଦେଖିବା ଭୁଲ୍।
ଏହି ଗସ୍ତ ଅବସରରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସହ ଜୟଶଙ୍କରଙ୍କ ବୈଠକ ହୋଇଛି। କାଳାସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ଏବଂ ଆଞ୍ଚଳିକ ସୁରକ୍ଷା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଜୟଶଙ୍କର କହିଛନ୍ତି ଯେ, "ଯଦି ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧକୁ ବନ୍ଦ କରିବା କିମ୍ବା ଶାନ୍ତି ଫେରାଇ ଆଣିବାରେ ଭାରତ କୌଣସି ପ୍ରକାରେ ସାହାଯ୍ୟ କରିପାରିବ, ତେବେ ଭାରତ ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଭାରତ ସବୁବେଳେ ଆଲୋଚନା ଏବଂ କୂଟନୈତିକ ସମାଧାନର ପକ୍ଷଧର ବୋଲି ସେ ଦୋହରାଇଛନ୍ତି।
Also Read: CJPର "ସ୍କୁଲ ଠିକ୍ କର" ଅଭିଯାନକୁ ସୁପ୍ରିମ ଝଟକା, ବିଦ୍ୟାଳୟରେ ଅନଧିକୃତ ପ୍ରବେଶ ନିଷେଧ ନିଷ୍ପତିକୁ କାଏମ ରଖିଲେ ସୁପ୍ରିମକୋର୍ଟ