କଟକ: ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଗୁରୁବାର କଟକ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଛନ୍ତି। କଟକ ସହରର ବିଭିନ୍ନ ସମସ୍ୟା ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ ନେଇ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବାରୁ ଜିଲ୍ଲାପାଳଙ୍କୁ ଏହି କାର୍ଧ୍ୱାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଛି। ଜିଲ୍ଲାପାଳ ନିଜର ସ୍ପଷ୍ଟୀକରଣ ରଖି ଏକ ସତ୍ୟପାଠ ଦାଖଲ କରିଥିବା ବେଳେ ହାଇକୋର୍ଟ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
କ’ଣ ଥିଲା ସମ୍ପୂର୍ଣ୍ଣ ମାମଲା ?
କଟକ ସହରର ବିଭିନ୍ନ ଜନସମସ୍ୟା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି କରି ହାଇକୋର୍ଟ ତୁରନ୍ତ ଏକ ସ୍ୱତନ୍ତ୍ର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ (ADM) ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ଭାବେ କୁହାଯାଇଥିଲା।
କିନ୍ତୁ, କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇ ଏଡିଏମଙ୍କ ବଦଳରେ କଟକ ସଦର ତହସିଲଦାରଙ୍କୁ ଉକ୍ତ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ।
ବ୍ୟକ୍ତିଗତ ହାଜର ପାଇଁ ହୋଇଥିଲା ନିର୍ଦ୍ଦେଶ
କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗରେ ଗତ ମାସ ୨୭ ତାରିଖରେ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଗୁରୁବାର ଜିଲ୍ଲାପାଳ ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି।
Also Read: ଓଡ଼ିଶା ପୋଲିସରେ ୪,୧୯୫ ନୂତନ ପଦବୀ ମଞ୍ଜୁର: ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ, ଜିଲ୍ଲାୱାରୀ ତାଲିକା ପ୍ରକାଶ