ଝାରସୁଗୁଡା: ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ବନ ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର ଗୌରାଙ୍ଗ ସାହୁ। ଏହି ଘଟଣାରେ ଫରେଷ୍ଟରଙ୍କୁ ଅଟକ ରଖାଯାଇଥିବା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରିଛି।
ଘଟଣା ଅନୁଯାୟୀ, ବାନ୍ଧାହାଲ ସେକ୍ସନର ଫରେଷ୍ଟର ଜଣେ ବ୍ୟକ୍ତିଙ୍କଠାରୁ ଶୁଖିଲା ଇଉକାଲ୍ ପଟାସ ଗଛ କାଟିବା ଓ ପରିବହନ ପାଇଁ ଲାଞ୍ଚ ମାଗିଥିଲେ। ସେହି ବ୍ୟକ୍ତି ଆଗରୁ ଭିଜିଲାନ୍ସକୁ ସୂଚନା ଦେଇ ସାରି ଶୁକ୍ରବାର ଫରେଷ୍ଟର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଥିଲା। ତେବେ ରେଞ୍ଜର ଭିଜିଲାନ୍ସ ଟିମ୍କୁ ଦେଖି ଘଟଣାସ୍ଥଳରୁ ଖସିପଳାଇବାକୁ ଉଦ୍ୟମ କରିଥିଲେ। ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ଟିମ୍। ଫଳରେ ସାହୁ ଫେରାର ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇଥିଲେ।
ଅଧିକ ପଢନ୍ତୁ: ଏଏନଏମ୍ ପ୍ରଶ୍ନ ପତ୍ର ଲିକ୍ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ