ଭୁବନେଶ୍ୱର: ରକ୍ଷା ବନ୍ଧନରେ ମହିଳାଙ୍କୁ କ୍ରୁଟ ପକ୍ଷରୁ ମିଳିବ ଉପହାର। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଆସନ୍ତାକାଲି ଅଗଷ୍ଟ ୨୭ ତାରିଖରେ ଆମ ବସ୍ ସେବାରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା ହୋଇଛି । ମହିଳାଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟ ରଖି ଏହି ମାଗଣା ଯାତ୍ରା ଘୋଷଣା କରିଛି କ୍ରୁଟ । ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ ସେବାରେ ଉପଲବ୍ଧ ହେବ। ଏହି ପଦକ୍ଷେପ ଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି ।
ପରିବହନ କର୍ତ୍ତୃପକ୍ଷ ଆକଳନ କରୁଛନ୍ତି ଯେ ପ୍ରାୟ ଏକ ଲକ୍ଷ ମହିଳା ଯାତ୍ରୀ ଏହି ଯୋଜନାରୁ ଉପକୃତ ହେବେ। ପ୍ରତ୍ୟେକ ମହିଳା ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ।
ତେବେ କ୍ରୁଟ୍ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଯାତ୍ରୀ ଶିଷ୍ଟାଚାର ପାଳନ କରିବା ଏବଂ ଯାତ୍ରା ସମୟରେ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି ଅନୁରୋଧ କରାଯାଇଛି। ଏକ ସୁଖଦ ଓ ସୁବିଧାଜନକ ଯାତ୍ରା ଅନୁଭୂତି ସୁନିଶ୍ଚିତ କରିବାକୁ କ୍ରୁଟ୍ ସମସ୍ତ ଯାତ୍ରୀଙ୍କ ନିକଟରୁ ସହଯୋଗ କାମନା କରିଛି।