ବଲାଙ୍ଗିର : ସାମାନ୍ୟ ତାସ୍ ଖେଳରୁ ହତ୍ଯା। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ରୋତ୍ ଗାଁରେ ତାସ ଖେଳକୁ କେନ୍ଦ୍ର କରି ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ନାବାଳକଙ୍କ ଛୁରି ମାଡ଼ରେ ଆଉ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ତାସ ଖେଳ ବେଳେ କୌଣସି କଥାକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଘଟଣା ଉଗ୍ର ରୂପ ନେଇଥିବା ବେଳେ ଜଣେ ନାବାଳକ ଅନ୍ୟ ଜଣଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଛୁରୀ ମାଡ଼ରେ ଗୁରୁତର ଆହତ ନାବାଳକଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଖବର ପାଇ ଅଭିଯୁକ୍ତ ନାବାଳକଙ୍କୁ ଆଗଲପୁର ପୋଲିସ ଅଟକ ରଖିଛି। ଘଟଣାର କାରଣ ଓ ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।