ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସନ୍ଧ୍ୟା ୪ଟା ୧୦ ମିନିଟରେ ନାଓକାଷ୍ଟ ସତର୍କବାଣୀ ଜାରି କରିଛି।
ସତର୍କତା ଅନୁଯାୟୀ କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସହ ବଜ୍ରପାତର ପ୍ରଭାବ ଦେଖାଦେଇପାରେ।
ପାଣିପାଗ ବିଭାଗ ଲୋକଙ୍କୁ ପାଗର ପରିସ୍ଥିତି ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳ ଓ ଜଳାଶୟ ନିକଟକୁ ନଯିବାକୁ ପରାମର୍ଶ ଦେଇଛି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ସତର୍କ କରାଯାଇଛି। ରାଜ୍ୟରେ ଲଘୁଚାପ ପ୍ରଭାବ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଏଭଳି ବର୍ଷା ଓ ବଜ୍ରପାତ କାର୍ଯ୍ୟକଳାପ ଜାରି ରହିବ ବୋଲି IMD ପୂର୍ବାନୁମାନ କରିଛି।