ଏଏନ୍ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ। ଆଜି ହେବାକୁ ଥିବା ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ପେପର ଲିକ୍ ହେବା ପରେ କର୍ତ୍ତୃପକ୍ଷ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି, ଯାହା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଛି।
ରିପୋର୍ଟ ଅନୁସାରେ, ଦ୍ୱିତୀୟ ବର୍ଷ ଛାତ୍ରଙ୍କ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ମିଡ୍ ୱାଇଫେରି ବିଷୟରେ ପରୀକ୍ଷା ହୋଇଥାନ୍ତା। ଅପରାହ୍ନ ସେସନ୍ ପାଇଁ ଉଦ୍ଦିଷ୍ଟ ମିଡ୍ ୱାଇଫେରୀ ବିଷୟର ପ୍ରଶ୍ନପତ୍ର ସକାଳ ପ୍ରାୟ ୧୧ଟା ସମୟରେ, ପରୀକ୍ଷା ଆରମ୍ଭ ହେବାର ପ୍ରାୟ ତିନି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି।
ଲିକ୍ ହେବା ଘଟଣା ପ୍ରଥମେ ମାଲକାନଗିରି ଏବଂ ବଲାଙ୍ଗିର ଜିଲ୍ଲାର ଛାତ୍ର ଏବଂ ସ୍ଥାନୀୟ ସୂତ୍ର ଦ୍ୱାରା ଜଣାପଡିଥିଲା, ଯେଉଁଠାରେ ପ୍ରଶ୍ନପତ୍ରର ସ୍କ୍ରିନସଟ୍ ବିଭିନ୍ନ ମେସେଜିଂ ପ୍ଲାଟଫର୍ମରେ ଭାଇରାଲ ହୋଇଥିବା ଜଣାପଡିଛି। ସହାୟକ ନର୍ସ ମିଡୱାଇଫେରୀ (ANM) ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ପରିଚାଳନାରେ ଗୁରୁତର ଅନିୟମିତତା ସାମ୍ନାକୁ ଆସିଛି।
ଅନ୍ୟପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏପରି ସୁରକ୍ଷା ତ୍ରୁଟି ନର୍ସିଂ ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ ଗୁରୁତର ଭାବରେ କ୍ଷୁର୍ଣ୍ଣ କରୁଛି। ପରୀକ୍ଷାର୍ଥୀମାନେ ଏବେ ସରକାରଙ୍କୁ ପ୍ରଶ୍ନପତ୍ର ଲିକ୍ ପଛରେ ଥିବା ବ୍ୟକ୍ତି କିମ୍ବା ନେଟୱାର୍କଗୁଡ଼ିକୁ ଚିହ୍ନଟ କରି ଦଣ୍ଡ ଦେବା ପାଇଁ ଏକ ବ୍ୟାପକ ତଦନ୍ତ ଆରମ୍ଭ କରିବାକୁ ଅନୁରୋଧ କରୁଛନ୍ତି। ଅପରପକ୍ଷେ ପରୀକ୍ଷା କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ନୂତନ ତାରିଖ ଘୋଷଣା କରାଯିବ।