ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଛି ୧୩ ହଜାର ୩୭୩ ପୋଲିସ ପଦବୀ । ଖାଲି ସେତିକି ନୁହେଁ ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ପଦବୀ ମଧ୍ୟ ଖାଲି ରହିଛି । ଆଜି ବିଧାନସଭା ଗୃହରେ ଗୃହ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟ ପୁଲିସ ବିଭାଗରେ ୧୩ ହାଜର ୩୭୩ ପଦବୀ । ସେହିପରି ଅଗ୍ନିଶମ ବିଭାଗରେ ୪୮୧ ପଦବୀ ଖାଲି ରହିଥିବାବେଳେ ୨୪୧୬ ହୋମଗାର୍ଡ ପଦବୀ ମଧ୍ୟ ଖାଲି ରହିଛି । କାରାଗାର ଏବଂ ଉପକାରାଗାରମାନଙ୍କରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତୀ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ପୋଲିସ ଆଧୁନିକୀକରଣ, ମାଓ ଓ ନକ୍ସଲ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୋଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ମାଓ ପ୍ରଭାବିତ ଇଲାକାରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ନିରାପତ୍ତା, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପୁନଃଥଇଥାନ୍, ବାବଦରେ ଖର୍ଚ୍ଚ କରାଯାଉଥିବାବେଳେ ପୋଲିସ ବିଭାଗର ଆଧୁନୀକିକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ ସମାଗ୍ରୀ , ଯୋଗାଯୋଗ ସାମଗ୍ରୀ, ଗୁଇନ୍ଦା ସୁରକ୍ଷା ଉପକରଣ ଆଦି କିଣିବାରେ ମଧ୍ୟ ଅର୍ଥ ବ୍ୟୟ କରାଯାଉଛି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅନ୍ୟପକ୍ଷରେ ଗତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ୧୦ ବର୍ଷରେ ୧୨୩ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ୧୧ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ- ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ, ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ