ଭୁବନେଶ୍ୱର: ରାଜଧାନୀରେ କଥା କଥାରେ ଫୁଟୁଛି ଗୁଳି । ଶନିବାର ରାତିରେ ପୁଣି ରାଜଧାନୀ ଭୁବନେଶ୍ୱରର ଇନ୍ଫୋ ଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି । କିଛି ଯୁବକଙ୍କ ମଧ୍ୟ ଗଣ୍ଡଗୋଳ ହେବାରୁ ଗୁଳିମାଡ଼ ହୋଇଛି । ଗୁଳିମାଡରେ କାହାର କୌଣସି କ୍ଷତି ହୋଇନାହିଁ ।
ସୂଚନା ଅନୁସାରେ, ଶନିବାର ରାତିରେ ନୟାପଲ୍ଲୀ ଅଞ୍ଚଳର ରାଜେଶ ଓ ଚିନ୍ମୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ରାଜେଶ ଏକ ବନ୍ଧୁକ ଆଣି ଚିନ୍ମୟଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚାଳନ କରିଥିଲେ । ସୌଭାଗ୍ୟବଶତଃ ଚିନ୍ମୟଙ୍କ ଶରୀରରେ ଗୋଟେ ବି ଗୁଳି ବାଜି ନଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଚିନ୍ମୟ । ଏନେଇ ଇନ୍ଫୋ ଭ୍ୟାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି କରିଛି । ପୂର୍ବରୁ ମଧ୍ୟ ରାଜେଶ ନାଁ ରେ ଥାନାରେ ମାମଲା ଥିବା ଜଣାପଡିଛି । ଏନେଇ ପୋଲିସ ଘଟଣାର ତନାଘନା ଯାଞ୍ଚ କରୁଛି ।