ପୁରୀ: କଣାସ ବଜାରରେ ଯୁବକକୁ ବୁଲେଟ ଚଢ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦ୍ୱାରା ସିନ୍ ରିକ୍ରିଏସନ୍ କରାଯାଇଛି । ଥାନାରେ ଦୀର୍ଘ ୪ ଘଣ୍ଟା ପଚାର ଉଚରା ପରେ ସ୍କ୍ରିନ ରିକ୍ରେସନ କଲା ପୋଲିସ ।
କଡା ସୁରକ୍ଷା ବଳୟ ଭିତରେ ଡେମୋ ଦେଖାଇଲା ଅଭିଯୁକ୍ତ । ଡେମୋ ବେଳେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ,ପୁରୀ ଅତିରିକ୍ତ ଏସପି, ପିପିଲି ଏସଡିପିଓ, କଣାସ ଥାନା ଅଧିକାରୀ, ସ୍ପେସିଆଲ ସ୍ୱାକର୍ଡ ଅଫିସର ଙ୍କ ଉପସ୍ଥିତ ରେ କଡା ସୁରକ୍ଷା ବଳୟ ଭିତରେ ସ୍କ୍ରିନ ରିକ୍ରିଏସନ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ୧୫ ମିନିଟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ମୁଖ୍ୟ ଅଭିଯୁକ୍ତ ପୋଲିସକୁ କିପରି ହତ୍ୟା ଉଦ୍ୟମ କରିଥିଲା ତାହା ସବୁ ଦେଖାଇଥିଲା ।
ଦୀର୍ଘ ୧୧ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଧଳା ରଙ୍ଗର ସ୍କୁଟି କୁ ଜବତ୍ କରାଯାଇଛି । ତେବେ ଯୁବକର ଛାତିରେ ଚଢ଼େଇ ଥିବା ବୁଲେଟର ଏଯାବତ୍ ସନ୍ଧାନ ମିଳିନାହିଁ । ଏହି ମାମଲାରେ ମୋଟ ୬ଜଣ ଅଭିଯୁକ୍ତ ଏବେ ସୁଦ୍ଧା ପୋଲିସ ପଞ୍ଝାରେ ରହିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି । ଏବେବି ସ୍ପେସିଆଲ ସ୍କ୍ୱାଡ ସହ ୪ଟି ଟିମର ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି ।