ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଯାତ୍ରା କମ୍ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିବା ପରେ ଏୟାର ଇଣ୍ଡିଆ ବିମାନ କମ୍ପାନୀ ଅନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏୟାର ଇଣ୍ଡିଆ ବିଭିନ୍ନ ରୁଟରେ ଉଡ଼ାଣକୁ ହ୍ରାସ କରିଛି । ଚଳିତବର୍ଷ ଅଗଷ୍ଟ ମାସ ଯାଏ ମାତ୍ର ୧୨୦୦ରୁ ଅଧିକ ଉଡ଼ାଣ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି ।
ଏୟାର ଇଣ୍ଡିଆ ପ୍ରତି ସପ୍ତାହରେ ଆମେରିକାକୁ ୩୩ଟି ଫ୍ଲାଇଟ୍, ୟୁରୋପ ପାଇଁ ୪୭ଟି ଫ୍ଲାଇଟ୍, ୟୁକେ ପାଇଁ ୫୭ଟି ଫ୍ଲାଇଟ୍, ଅଷ୍ଟ୍ରେଲିଆ ପାଇଁ ୮ଟି ଫ୍ଲାଇଟ୍, ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଏବଂ ସାର୍କ ପାଇଁ ୧୫୮ଟି ଫ୍ଲାଇଟ୍ ଏବଂ ମିରିଶସକୁ ୭ଟି ଫ୍ଲାଇଟ୍ ଚଳାଚଳ କରିବ ।
ଏୟାର ଇଣ୍ଡିଆର ଏହି ନିଷ୍ପତ୍ତି ବଡ଼ ଆଶ୍ୱସ୍ତି ଆଣିପାରେ । ଏହା ଇନ୍ଧନ ସଞ୍ଚୟରେ ମଧ୍ୟ ବେଶ ସହାୟକ ହେବ । ଇରାନ-ଆମେରିକା ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତ ଉପରେ ତୈଳ ସଙ୍କଟ ଏବଂ ତାର ଦର ବୃଦ୍ଧିର ବେଶ ପ୍ରଭାବ ପଡ଼ୁଛି ।
ଗତ ସପ୍ତାହନ୍ତରେ ପ୍ରଧାନମନ୍ତ୍ରୀ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ସୁନା କମ କିଣିବା, ବିଦେଶ ଯାତ୍ରା କମ୍ କରିବା ଏବଂ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଥିଲେ । ଏହା ପରେ ଜନ ସାଧାରଣ ସାଇକେଲର ଯିବା ଆସିବା ଆରମ୍ଭ କରି ଦେଇଛନ୍ତି ।