କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କର ଦୁଇଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ ଛାଡ଼ିଛନ୍ତି । ଶୁଭେନ୍ଦୁ ନିଜ ପାଖରେ ଭବାନୀପୁର ଆସନକୁ ରଖିଥିବାବେଳେ ନନ୍ଦିଗ୍ରାମକୁ ଛାଡ଼ିଛନ୍ତି । ଗତ ନିର୍ବାଚନରେ ନନ୍ଦିଗ୍ରାମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଭବାନୀପୁରରେ ମଧ୍ୟ ମମତାଙ୍କୁ ଶୁଭେନ୍ଦୁ ହରାଇଥିଲେ ।
ଆଜି ପଶ୍ଚିମବଙ୍ଗରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ସମ୍ବିଧାନର ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ କେବଳ ଗୋଟିଏ ଆସନ ରଖିପାରିବେ । ସେଥିପାଇଁ ଶୁଭେନ୍ଦୁ ନିଜ ପାଖରେ ଭବାନୀପୁର ଆସନକୁ ରଖିଛନ୍ତି । ୧୪୩ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ ।
ଶୁଭେନ୍ଦୁ କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁସାରେ ମୁଁ ଦୁଇଟି ଆସନ ନିଜ ପାଖରେ ରଖିପାରିବେ ନାହିଁ । ସେଥିପାଇଁ ନନ୍ଦିଗ୍ରାମ ଛାଡ଼ିବାକୁ ପଡ଼ିଲା । କିନ୍ତୁ ସେ ଆଗାମୀ ନନ୍ଦିଗ୍ରାମ ଲୋକଙ୍କ ସହିତ ରହିବେ । ନନ୍ଦିଗ୍ରାମବାସିନ୍ଦାଙ୍କୁ ଦେଇଥିବା କଥା ମଧ୍ୟ ପୂରଣ କରିବେ ।