କେନ୍ଦ୍ରାପଡ଼ା: ଛାତିରେ ଯନ୍ତ୍ରଣା ହେଉଥିବା ରୋଗୀକୁ ଦେଇଦେଲେ କୁକୁର କାମୁଡ଼ା ଇଂଜେକ୍ସନ୍ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କରିଲୋପାଟଣା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ । ଫାର୍ମାସିଷ୍ଟ ଏହାକୁ ମଧ୍ୟ ସ୍ୱୀକାର କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା କରିଲୋପାଟଣା ଗ୍ରାମର ଅନନ୍ତ ଜେନାଙ୍କର ଛାତିରେ ଯନ୍ତ୍ରଣା ହେବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଦେଖାଇବାକୁ ଯାଇଥିଲେ । ତାଙ୍କ ପାଖରେ କୁକୁର କାମୁଡ଼ା ରୋଗୀ ବସିଥିଲେ । ଫାର୍ମାସିଷ୍ଟ ସୁଧୀର ଦଳାଇ କୁକୁର କାମୁଡ଼ା ରୋଗୀକୁ ଇଂଜେକ୍ସନ୍ ଦେବା ବଦଳରେ ଛାତି ଯନ୍ତ୍ରଣା ଥିବା ରୋଗୀ ଅନନ୍ତ ଜେନାକୁ ଭୁଲ୍ ବଶତଃ ଇଞ୍ଜେକସନ ଦେଇଥିଲେ । ପରେ ଅନନ୍ତଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହେବା ଯୋଗୁଁ ଫାର୍ମାସିଷ୍ଟ ତାଙ୍କୁ ନିଜେ ଗାଡ଼ିରେ ଧରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଆଣି ଫେରାର ହୋଇଯାଇଥିଲେ ।