ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଯୁଗ୍ମ ବୈଷୟିକ ଟିମ୍ ଟ୍ରିବ୍ୟୁନାଲ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ଖୁବ ଶୀଘ୍ର ଜଳ ବିବାଦର ଅନ୍ତ ଘଟିବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଆଡଭୋକେଟ୍ ଜେନେରାଲଙ୍କ ସୂଚନା ଅନୁଯାୟୀ, ଆଜି ଯୁଗ୍ମ ବୈଷୟିକ ଟିମ୍ ଟ୍ରିବ୍ୟୁନାଲରେ ରିପୋର୍ଟ ଆଗାମୀ ଦିନରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ଦୁଇ ରାଜ୍ୟ ମଧ୍ୟରେ ସମାଧାନର ବାଟ ଧୀରେ ଧୀରେ ବାହାରୁଛି । ଆସନ୍ତା ଜୁଲାଇ ୧୧ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ହେବ । ଜଳବଣ୍ଟନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଜଳନୀତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆଗାମୀ ପର୍ଯ୍ୟାୟରେ ଦୁଇ ରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଡଭୋକେଟ୍ ଜେନେରାଲ କହିଛନ୍ତି ।