ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନସ୍ଥ ଶଗଡ଼ା ଝାଙ୍କରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ଦୁଇ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ ଝାଙ୍କରଡ଼ା ଗ୍ରାମର ବିଶ୍ୱଜିତ ମିର୍ଦ୍ଧା ଏବଂ ଚଉଁରିଆପଦର ଗ୍ରାମର ଚରଣ କୁମ୍ଭାର l
ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ବିଶ୍ୱଜିତ ଏବଂ ଚରଣ କ୍ରିକେଟ ଖେଳିବାକୁ ଯାଇଥିଲେ । ବର୍ଷା ପବନ ଆସିବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାଘାତ ହୋଇଥିଲା। ଫଳରେ ସେହିଠାରେ ଚେତାଶୂନ୍ୟ ହୋଇଯାଇଥିଲେ । ଉଭୟଙ୍କୁ ପ୍ରଥମେ ମନମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି l
ଗୋଟିଏ ଦିନରେ ଦୁଇ ନାବାଳକଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଗାଁକୁ ସ୍ତବ୍ଧ କରିଦେଇଛି । ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।