ଭୁବନେଶ୍ୱର: ଆସନ୍ତା ଜୁନ ୨୧ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ପେପର୍ ପାଇଁ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ପେପର୍ ସକାଳ ୯ଟାରୁ ୧୧ଟା ୩୦ ଯାଏ ଚାଲିବ । ସେହିପରି ଦ୍ୱିତୀୟ ପେପର୍ ଅପରାହ୍ନ ୨ଟାରୁ ୪ଟା ୩୦ ଯାଏ ଚାଲିବ । ଓଟିଇଟି ପରୀକ୍ଷା ପାଇଁ ଜୁନ ୯ ତାରିଖରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ ସାଇଟ୍ www.bseodisha.nic.in ରେ ଉପଲବ୍ଧ ହେବ ।