ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଡେଙ୍ଗାଗୁଡା ପଞ୍ଚାଯତ ବିରିଗୁଡା ଗ୍ରାମରେ ଘଟିଥିବା ହତ୍ୟା ଘଟଣାରେ ଦୁଇ ହତ୍ୟାକାରୀଙ୍କୁ କୋଡ଼ିଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏନେଇ ନବରଙ୍ଗପୁର ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବିରିଗୁଡା ଗ୍ରାମର ଜଗନ୍ନାଥ ଗୌଡ଼ଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ଗାଁର ଏକ ଚାଷ ଜମିରେ ମିଳିଥିଲା। ଏନେଇ ପରିବାର ଲୋକ କୋଡ଼ିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ନବରଙ୍ଗପୁର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ଏସଡିପିଓ ଓ କୋଡ଼ିଙ୍ଗା ଥାନା ଅଧିକାରୀ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ସେହି ଗ୍ରାମର ପଦ୍ମନ ଗୌଡ଼ ହତ୍ୟା କରିଥିବା ଜାଣିବାକୁ ପାଇ ତାକୁ ଓ ତାର ସହୋଯୋଗୀଙ୍କୁ ଗିରଫ କରାଯାଇଥିଲା। ଘଟଣା ଦିନ ରାତିରେ ମୃତ ଜଗନ୍ନାଥ ଗୌଡ଼, ପଦ୍ମନ ଗୌଡ଼ଙ୍କ ଘରକୁ ଯାଇଥିଲେ। ଏହା ଜାଣିବା ପରେ ପଦ୍ମନ ଜଗନ୍ନାଥଙ୍କୁ ବାଡ଼ିରେ ହତ୍ୟା କରିଥିଲା । ଘରେ ହତ୍ୟା କରି ତାର ସମ୍ପର୍କୀୟ ଭଣଜାକୁ ଡାକି ବାହାରେ ପକାଇ ଦେଇଥିଲେ । ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ସି ସୂଚନା ଦେଇଛନ୍ତି ।