ଅଷ୍ଟ୍ରେଲିଆ କ୍ରିକେଟ ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଇଂଲଣ୍ଡରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସୋଫି ମୋଲିନକ୍ସଙ୍କୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ରୂପେ ଚୟନ କରିଛି । ୬ ଥର ମହିଳା ଟି-୨୦ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ନିଜ ପ୍ରମୁଖ ଦ୍ରୁତ ବୋଲର ଡାର୍ସି ବ୍ରାଉନଙ୍କୁ ଦଳରୁ ବାଦ ଦେଇଛି ଓ ତାଙ୍କ ସ୍ଥାନରେ ଲୁସି ହାମିଲଟନଙ୍କୁ ଚୟନ କରାଯାଇଛି ।
ଲୁସି ହାମିଲଟନ ଗତ ବର୍ଷ ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଥିଲେ । ୨୦୨୬ ମହିଳା ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଛି । ଅଷ୍ଟ୍ରେଲିଆର ବ୍ୟାଟିଂ ୟୁନିଟ ବେଶ ମଜବୁତ ନଜର ଆସୁଛି । ଆସଲେ ଗାର୍ଡନର, ଏଲିସ ପେରି ଓ ବେଥ ମୁନିଙ୍କ ପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ପାଖେ ଅଛନ୍ତି । ଏଲିସ ପେରି ପ୍ରଥମ ମହିଳା କ୍ରିକେଟର ଯିଏ ୨୦୦୯ ମହିଳା ଟି-୨୦ ବିଶ୍ୱକପରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି ।
ମହିଳା ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ: ସୋଫି ମୋଲିନକ୍ସ (ଅଧିନାୟକ), ଆଶ୍ଲେ ଗାର୍ଡନର (ଉପଅଧିନାୟକ), ତାହଲିଆ ମ୍ୟାକଗ୍ରାଥ (ଉପଅଧିନାୟକ), ଏଲିସ ପେରି, ନିକୋଲା କେରି, କିମ ଗାର୍ଥ, ଲୁସି ହାମିଲଟନ, ଆଲାନା କିଙ୍ଗ, ଗ୍ରେସ ହାରିସ, ଫୋବି ଲିଚଫିଲ୍ଡ, ଜର୍ଜିଆ ଭୋଲ୍, ବେଥ ମୁନି, ମେଗାନ ସ୍କଟ, ଆନାବେଲ ସଦରଲ୍ୟାଣ୍ଡ, ଜର୍ଜିଆ ୱେୟାରହାମ।