ମହେନ୍ଦ୍ର ସିଂ ଧୋନିଙ୍କ ଲୋକପ୍ରିୟତା ବିଷୟରେ ସମସ୍ତଙ୍କୁ ଜଣା । ସେ ଯେଉଁ ଗ୍ରାଉଣ୍ଡରେ ଖେଲିବା ପାଇଁ ଓହ୍ଲାନ୍ତି ସେ ଷ୍ଟାଡିୟମ ଧୋନିଙ୍କ ଫ୍ୟାନ୍ସ ଦେଖିବାକୁ ମିଳନ୍ତି । ଆଇପିଏଲରେ ମଧ୍ୟ ଧୋନିଙ୍କୁ ଦେଖିବା ପାଇଁ ସବୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । କିନ୍ତୁ ଚଳିତ ସିଜିନରେ ଧୋନି ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । କିନ୍ତୁ ଧୋନି ୟୁରୋପୀୟ ଟି-୨୦ ପ୍ରିମିୟର ଲିଗ (ETPL) ଖେଳାନ୍ତୁ ବୋଲି ତାଙ୍କ ଫ୍ୟାନ୍ସ ମାନେ ଇଚ୍ଛା ପ୍ରକାଶ କରିଛନ୍ତି ।
ମହେନ୍ଦ୍ର ସିଂ ଧୋନି ETPL ଖେଳନ୍ତି ବୋଲି ଇଚ୍ଛା ପ୍ରକଶ କରିଛନ୍ତି ETPL ର ସହ ପ୍ରତିଷ୍ଠାତା ଓ ବଲିଉଡ ଅଭିନେତା ଅଭିଶେଖ ବଚନ । ସେ କହିଛନ୍ତି, "ମୁଁ ୩ ଟି ଆଇସିସି ଟ୍ରଫି ଓ ୫ ଥର ଆଇପିଏଲ ଜିତିଥିବା ଅଧିନାୟକଙ୍କୁ ETPL ଖେଳୁଥିବାର ଦେଖିବାକୁ ଚାହୁଁଛି ।
ଅଭିଶେଖ ବଚନ ଡବଲିନ୍ ରେ ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କେଉଁ ଭାରତୀୟ ଖେଳାଳିଙ୍କୁ ଅଭିଶେଖ ବଚନ ETPL ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି ପ୍ରଶ୍ନର ଉତ୍ତରରେ ଅଭିଶେଖ କହିଥିଲେ, "ମହେନ୍ଦ୍ର ସିଂ ଧୋନି"। କେବଳ ଧୋନି ନୁହଁନ୍ତି ଅନ୍ୟ ଭାରତୀୟ କ୍ରିକେଟର ମଧ୍ୟ ଏହି ଲିଗରେ ଖେଳନ୍ତୁ ବୋଲି ଅଭିଶେଖ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ବିସିସିଆଇ ନିୟମ ଅନୁଯାୟୀ ଏହା ସମ୍ଭବ ନୁହେଁ ବୋଲି ଅଭିଶେଖ କହିଛନ୍ତି ।
ଅଭିଷେକ କହିଛନ୍ତି, "ଆମେ ଭାରତୀୟ କ୍ରିକେଟରଙ୍କୁ ETPL ରେ ଖେଳୁଥିବାର ଦେଖିବାକୁ ଚାହୁଁଛୁ, କିନ୍ତୁ ଭାରତୀୟ କ୍ରିକେଟରମାନେ ବିସିସିଆଇ ସହିତ ଚୁକ୍ତିବଦ୍ଧ, ଯାହାଫଳରେ ସେମାନେ ଆଇପିଏଲ ବ୍ୟତୀତ ଅନ୍ୟ କୌଣସି ଲିଗରେ ଖେଳିପାରିବେ ନାହିଁ। ଆମେ ସେମାନଙ୍କୁ ମିସ୍ କରିବୁ। ଯଦି ସେମାନେ ଖେଳିଥାନ୍ତେ ତେବେ ଏହା ବହୁତ ଭଲ ହୋଇଥାନ୍ତା।"