ଯଶ ଇଂଲିଶ ଚଳିତ ଆଇପିଏଲ ସିଜିନରେ ଭଲ ଆରମ୍ଭ କରିନଥିଲେ । ମୁମ୍ବାଇ ବିପକ୍ଷ ମ୍ୟାଚରେ ୩ ଟି ଚୌକା ମାରିଥିଲେ ମଧ୍ୟ ମାତ୍ର ୫ ଟି ବଲ ଖେଳି ୧୩ ରନ କରି ନିଜ ୱିକେଟ୍ ହରାଇଥିଲେ ଇଂଲିଶ । କିନ୍ତୁ ଆଜି ଅପରାହ୍ନରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବିସ୍ଫୋରକ ଇନିଂସ ଖେଳିଛନ୍ତି ଇଂଲିଶ । ପାୱାରପ୍ଲେରେ ମାତ୍ର ୧୭ ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଇଂଲିଶ ।
ପାୱାରପ୍ଲେରେ ୨୭ ବଲରେ ୭୭ ରନ ସଂଗ୍ରହ କରିଥିଲେ ଇଂଲିଶ । ଏହି ୭୭ ରନ ସେ ୯ ଟି ଚୌକା ଓ ୬ ଟି ଛକା ବଳରେ ହାସଲ କରିଥିଲେ । ଏହା ପରେ ସେ ୩୩ ବଲରେ ୮୫ ରନ କରି ଆଉଟ ହୋଇଥିଲେ ଇଂଲିଶ । ଯେମି ଓଭରଟନଙ୍କ ଓଭରରେ ପ୍ୟାଡେଲ ସଟ୍ ଖେଳୁଥିବାବେଳେ କ୍ୟାଚ ଆଉଟ ହୋଇଥିଲେ । ବ୍ୟାଟ ର ଏଜ୍ ବାଜିବା ପରେ ୱିକେଟକିପର ସଞ୍ଜୁ ସାମସନ ଏହି କ୍ୟାଚ ଧରିଥିଲେ ।
ଆଇପିଏଲ ୨୦୨୬ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ନୌ ପ୍ଲେଅଫ ଦୌଡ଼ରେ ଜୀବିତ ଥିଲେ ମଧ୍ୟ ଲକ୍ଷ୍ନୌର ପ୍ଲେଅଫରେ ପହଞ୍ଚିବା ସମ୍ଭାବନ ବହୁତ କମ ରହିଛି । ଦଳର ବ୍ୟାଟିଂ ୟୁନିଟ ଚଳିତ ସିଜିନରେ ଦଳର ପାଇଁ ଚିନ୍ତା ବିଷୟ ପାଲଟିଥିଲା । ଦଳରେ ସିଜିନ ଆରମ୍ଭରୁ ଅନୁପସ୍ଥିତ ଥିବା ଯଶ ଇଂଲିଶ ଦଳକୁ ଫେରିବା ପରେ ଦଳର ବ୍ୟାଟିଂ ୟୁନିଟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ନିକୋଲାସ ପୁରନ ଓ ମିଚିଲ ମାର୍ଶ ଶେଷ ଦୁଇଟି ମ୍ୟାଚରେ ଫର୍ମକୁ ଫେରିଛନ୍ତି । ଲକ୍ଷ୍ନୌ ବର୍ତ୍ତମାନ ସୁଦ୍ଧା ୧୦ ଟି ମ୍ୟାଚରୁ ୩ ଟି ବିଜୟ ହାସଲ କରିଛି ଓ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ।