ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ନିଜର ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରୁଥିବା ଶ୍ରେୟସ ଆୟର ପ୍ରଥମ ମ୍ୟାଚରେ ହିଁ ଟସ୍ ଜିତିଛନ୍ତି । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଘରୋଇ ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚର ଚୂଡାନ୍ତ ଏକାଦଶରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିନି ।
ଟି-୨୦ ବିଶ୍ୱକପ୍ ଜିତିବାର ୩ ମାସ ପରେ ଭାରତୀୟ ଦଳ ପୁଣି ଥରେ ଏହି ମ୍ୟାଚ୍ ଜରିଆରେ ନିଜର ଅନ୍ତର୍ଜାତୀୟ ଟି-୨୦ ଯାତରା ଆରମ୍ଭ କରୁଛି । ଦଳ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ୨୦୨୮ ପାଇଁ ଏବେଠୁ ପ୍ରସ୍ତୁତିରେ ଲାଗି ଯାଇଛି ।
ଭାରତୀୟ ଦଳ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ଇଶାନ କିଷନ, ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ ।
ଆୟରଲାଣ୍ଡ ଦଳ
ଟିମ୍ ଟେକ୍ଟର, ରସ ଆଡେର, ହାରି ଟେକ୍ଟର, ଲୋର୍କାନ ଟକର(ଅଧିନାୟକ/ ୱିକେଟ୍ କିପର), ବେଞ୍ଜାମିନ କାଲିତଜ, ଗେରେଥ ଡିଲାନି, ଜର୍ଜ ଡକରେଲ, ଲିଆମ ମ୍ୟାକାର୍ଥି, ମାଥ୍ୟୁ ହମ୍ପରାୟସ, ଜୟ ମୁନ୍ଦ୍ରା, ମାଥ୍ୟୁ ହୋଲାର୍ଡ ।