ପାକିସ୍ତାନ ପୁରୁଷ କ୍ରିକେଟ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ରହିଛି । ଏହି ଗସ୍ତରେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ପାକିସ୍ତାନ । ୮ ମଇରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ୧୦୪ ରନରେ ପରାସ୍ତ କରିଛି ବାଂଲାଦେଶ । ଏହି ଟେଷ୍ଟ ମ୍ୟାଚର ଦୁଇଟି ଇନିଂସରେ ୧୮୮ ରନ କରି ପ୍ଲେଆର ଅଫ ଦ ମ୍ୟାଚ ହୋଇଛନ୍ତି ନଜମୁଲ ହୋସେନ ଶାଣ୍ଟୋ।
ପ୍ରଥମ ଟେଷ୍ଟ ମ୍ୟାଚ ଶେରେ ବାଂଲା ଜାତୀୟ ଷ୍ଟାଡିୟମ, ଢାକାରେ ଖେଳାଯାଉଥିଲା । ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମସ୍ତ ୱିକେଟ୍ ହରାଇ ୪୧୩ ରନ ସଂଗ୍ରହ କରିଥିଲା । ନଜମୁଲ ହୋସେନ ଶାଣ୍ଟୋ ୧୩୦ ବଲରେ ୧୦୧ ରନ ସଂଗ୍ରହ କରିଥିଲେ । ମୋମିନୁଲ ହକ ୯୧ ଓ ମୁସଫିକୁର ରହିମ ୭୧ ରନ ସଂଗ୍ରହ କରିଥିଲେ । ପାକିସ୍ତାନ ପାଇଁ ମହମ୍ମଦ ଅବାସ ୫ ଟି ଓ ସାହିନ ଆଫ୍ରିଦି ୩ ଟି ୱିକେଟ୍ ନେଇଥିଲେ ।
ପାକିସ୍ତାନ ଦ୍ଵିତୀୟ ଇନିଂସରେ ୩୮୬ ରନ କରି ଅଲଆଉଟ ହୋଇଥିଲା । ଅଜାନ ଅୱେଶ ୧୦୩, ଅବଦୁଲ୍ଲା ଫଜଲ ୬୦, ମହମ୍ମଦ ରିଜୱାନ ୫୯ ଓ ସଲମାନ ଆଘା ୫୮ ରନ ସଂଗ୍ରହ କରିଥିଲେ । ମେହେଦି ହାସନ ମୀରାଜ ୫ ଟି, ତଇଜୁଲ ଇସ୍ଲାମ ଓ ତସ୍କିନ ଏହମଦ ଉଭୟ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ । ତୃତୀୟ ଇନିଂସରେ ବାଂଲାଦେଶ ୯ ୱିକେଟ୍ ହରାଇ ୨୪୦ ରନରେ ପାରି ଘୋଷଣା କରିଥିଲେ । ନଜମୁଲ ହୋସେନ ଶାଣ୍ଟୋ ୮୭ ଓ ମୋମିନୁଲ ହକ ୫୬ ରନ ସଂଗ୍ରହ କରିଥିଲେ। ନୋମାନ ଅଲି ଓ ହାସନ ଅଲି ଉଭୟ ୩ ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଚତୁର୍ଥ ଇନିଂସରେ ପାକିସ୍ତାନ ୧୬୩ ରନରେ ଅଲଆଉଟ ହୋଇଥିଲା । ନାହିଦ ରାଣା ସର୍ବାଧିକ ୫ ଟି ୱିକେଟ୍ ନେଇଥିଲେ । ଏହା ସହ ବାଂଲାଦେଶ ୧୦୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏହାସହ ସିରିଜର ଦ୍ଵିତୀୟ ଟେଷ୍ଟ ମ୍ୟାଚ ବାକି ରହିଛି । ଦ୍ଵିତୀୟ ଟେଷ୍ଟ ମ୍ୟାଚ ସିଲହଟ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ସିଲହଟରେ ୧୬ ମଇରୁ ଆରମ୍ଭ ହେବ ।