ଭୁବନେଶ୍ୱର: ପଶ୍ଚିମ ଏସିଆର ଅସ୍ଥିର ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ତେଲ ସଙ୍କଟ ଗଭୀର ହେଉଛି। ଏହାର ପ୍ରଭାବ ଭାରତର ଅର୍ଥନୀତି ଓ ସାଧାରଣ ଲୋକଙ୍କ ଘରୋଇ ବଜେଟ୍ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଏହି ପରିସ୍ଥିତିରେ ମୋଦିଙ୍କୁ ଅନୁସରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ ନିଜ କାରକେଡ୍ ଅଧା କରିଛନ୍ତି ମୁଖ୍ୟମନ୍ତ୍ରୀ।
ବୁଧବାର ଏହି ନିଷ୍ପତି ନେଇ ମୋହନ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ସମସ୍ତଙ୍କୁ ଦାୟିତ୍ୱବାନ ହେବା ଦରକାର। ସେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଯଥାସମ୍ଭବ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କମାଇ ସାଧାରଣ ପରିବହନକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଅତ୍ୟାବଶ୍ୟକ କାମ ଛଡ଼ା ଗାଡ଼ି ବ୍ୟବହାର ନକରିବା ସହ ଅନାବଶ୍ୟକ ଯାତ୍ରାକୁ ଏଡ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଏଥିସହିତ ମୁଖ୍ୟମନ୍ତ୍ରୀ ଅତ୍ୟଧିକ ଖର୍ଚ୍ଚ ଉପରେ ମଧ୍ୟ ସଂଯମ ରଖିବାକୁ କହିଛନ୍ତି। ଅନାବଶ୍ୟକ ସୁନା କିଣିବାରୁ ବିରତ ରହିବା ଓ ଅତ୍ୟାବଶ୍ୟକ ନହେଲେ ବିଦେଶ ଯାତ୍ରାକୁ ଏଡ଼ାଇବା ଲାଗି ସେ ଲୋକଙ୍କୁ ଅପିଲ୍ କରିଛନ୍ତି।
ଅଧିକ ପଢନ୍ତୁ: ସରକାରୀ ବସ୍ରେ ଯାତାୟାତ କରିବେ ପରିବହନ ମନ୍ତ୍ରୀ; ପେଟ୍ରୋଲ୍-ଡିଜେଲ୍ ଛାଡି ଇଭିକୁ ଆପଣାଇବାକୁ ଦେଲେ ଆହ୍ୱାନ