ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସୁଛି ଆଉ ଗୋଟିଏ ବଡ଼ ରେଳ ଉପହାର। ଖୁବ୍ ଶୀଘ୍ର ପୁରୀରୁ କୋରାପୁଟ ମଧ୍ୟରେ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏହି ନୂଆ ଟ୍ରେନ୍ ସପ୍ତାହରେ ୩ ଦିନ ଚାଲିବ ବୋଲି ସିଏମ୍ଓ ପକ୍ଷରୁ ସୂଚନା ମିଳିଛି।
ଏହି ଟ୍ରେନ୍ ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ। ପୁରୀରୁ ପ୍ରତି ସୋମବାର, ଗୁରୁବାର ଓ ଶନିବାର ଟ୍ରେନ୍ଟି ଛାଡ଼ିବାକୁ ଥିବାବେଳେ, କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ। ଏହାର ଯାତ୍ରାପଥରେ ମୋଟ ୧୯ଟି ଷ୍ଟେସନ୍ରେ ଷ୍ଟପେଜ୍ ରହିବ।
ନୂଆ ଟ୍ରେନ୍ ଚଳାଚଳ ଦ୍ୱାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସହ ପୁରୀର ସଂଯୋଗ ଆହୁରି ସୁଦୃଢ଼ ହେବ। ପର୍ଯ୍ୟଟକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ଏଥିରୁ ବହୁତ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଏହି ନୂଆ ରେଳ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଆରମ୍ଭକୁ ନେଇ ଏବେ ରେଳ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।