ଭୁବନେଶ୍ୱର: କୋଭିଡ୍ ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢ଼ିଲାଣି । ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ରେ ପହଞ୍ଚିଥିବାବେଳେ ରାଜ୍ୟରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୃତକ ଜଣକ ଜଣେ ବୃଦ୍ଧ ।
ସୂଚନା ଅନୁସାରେ, ବୃଦ୍ଧ ଜଣଙ୍କର ଗତକିଛି ଦିନ ପୂର୍ବରୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ସେ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ଆଉ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ରାଜ୍ୟରେ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ପହଞ୍ଚିଛି । ଏବେ ସାରା ଦେଶରେ କୋଭିଡ୍ କାୟା ବିସ୍ତାର କରିବାରେ ଲାଗିଛି ।