ନାଲକୋ ସମ୍ପ୍ରସାରଣ କାମ ବେଳେ ଘଟିଲା ଅଘଟଣ । ନିର୍ମାଣ କାମ ଚାଲିଥିବା ବେଳେ ଲୁହାଛଡ଼ ପଡିବାରୁ ଦୁଇଜଣଙ୍କ ପ୍ରାଣହାନି ଘଟିଛି ।
ସୂଚନାଯୋଗ୍ୟ, କୋରାପୁଟ ନାଲକୋରେ ସମ୍ପ୍ରସାରଣ ନିର୍ମାଣ କାମ ଚାଲିଥିଲା ଏହି ସମୟରେ ଲୁହା ରଡ୍ ବାଇଣ୍ଡିଂ ଚାଲିଥିବା ସମୟରେ ହଠାତ୍ ତିନି ଜଣ ଠିକା ଶ୍ରମିକଙ୍କ ଉପରେ ଲୁହା ରଡ୍ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଦାମନଯୋଡିର ନାଲୋକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ନାଲକୋର ଅଧିକାରୀ, ଦମାନଯୋଡି ପୋଲିସ ଓ ସିଆଇଏସଏଫ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ଘଟଣା ପରେ ବର୍ତ୍ତମାନ ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ