୧୦ଦଫା ଦାବି ନେଇ ଗଜପତି ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମଙ୍ଗଳବାର ଅଙ୍ଗନବାଡି କର୍ମୀମାନେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଯାଜପୁର ଅଙ୍ଗନବାଡି କେନ୍ଦ୍ରରୁ ବହିଷ୍କୃତ ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତ କରିବା ଏବଂ ଅଣ୍ଡାର ବଜାର ଦର ବଦ୍ଧି ହେତୁ ଅଣ୍ଡାର ସରକାରୀ ଦର ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ଅତିଶୀଘ୍ର ଏହି ଦାବି ପୁରଣ ନହେଲେ ଆଗାମି ଦିନରେ ସଂଘ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଗଜପତି ଜିଲ୍ଲା ଅଙ୍ଗନବାଡି ସଂଘର ସଭାନେତ୍ରୀ ଅଞ୍ଜଳୀ ନାୟକ ଏବଂ ସମ୍ପାଦିକା ପୁଷ୍ପାଞ୍ଜଳୀ ପଣ୍ଡା କହିଛନ୍ତି ।
ତେବେ ଦଶ ଦଫା ଦାବିଗୁଡିକ ହେଉଛି ଅଙ୍ଗନବାଡି କର୍ମଚାରୀଙ୍କୁ ନିୟମିତା କରିବା, ନିୟମିତ ହେବା ଯାଏ ପ୍ରତିମାସରେ କର୍ମୀଙ୍କୁ ୧୮ହଜାର ଓ ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ପ୍ରଦାନ କରିବା, ଅଙ୍ଗନବାଡି କର୍ମୀଙ୍କ ପାଇଁ ସଂରକ୍ଷିତ ୫୦ପ୍ରତିିଶତ ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ କରିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଗ୍ରାଚ୍ୟୁଇଟି ନିୟମ ଲାଗୁ କରିବା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ପ୍ରଦାନ କରିବା ସହ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା, ବହିଷ୍କୃତ ୬ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତି କରିବା ଏବଂ ଗରମ ରନ୍ଧା ଖାଦ୍ୟ ମୂଲ୍ୟ ବୃଦ୍ଧି କରିବା ଇତ୍ୟାଦି ।
ଅଧିକ ପଢନ୍ତୁ : ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ