ଥାନାରେ ହାଜର ପ୍ରଯୋଜକ ଟୁଟୁ ନାୟକ । ଗତକାଲି ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଛନ୍ତି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଖାରବେଳନଗର ଥାନା ଅଧିକାରୀ । ସେ କହିଛନ୍ତି ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ଯେପରି ହୁଏ ସେପରି କରୁଛୁ । ଆମେ ତାଙ୍କୁ ପଚରାଉଚରା କରୁଛୁ କହିଲେ ଥାନା ଅଧିକାରୀ । ସେ ଆସି ନାହାନ୍ତି, ଆମେ ତାଙ୍କୁ ଆଣିଛୁ ବୋଲି କହିଲେ ।
ଅନ୍ୟପଟେ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ଘଟଣାରେ ଆଜି ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି ।
ସୂଚନା ଅନୁଯାୟୀ ଗତକାଲି ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଟୁଟୁ ନାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଏତଲା ପରେ ଖାରବେଳ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳକୁ ଯାଇ ସିସିଟିଭି ଆଧାରରେ ଖାରବେଳ ଥାନା ପୁଲିସ ତଦନ୍ତ ଜାରି ରଖିଥିଲା । ନିଜ ପ୍ରତିକ୍ରିୟାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ କହିଥିଲେ,ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏହାପରେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ ।
ଅଧିକ ପଢନ୍ତୁ :- ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ