ବାକି ଟଙ୍କା ମାଗିବାରୁ ଜାଳିଦେଲେ ଦୋକାନ। ନିଆଁରେ ପରିମାଣ ଏତେ ଅଧିକା ଥିଲା ଯେ ଦୋକାନ ଘରଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଏପରିକି ଏହି ଘଟଣାକୁ ଦେଇ ଅଧିକା ଛାନଭିନ ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ବୃନ୍ଦାବନ ସାହୁଙ୍କ ଗ୍ରୋସରୀ ଦୋକାନରୁ ମଧୁପୁର ଗ୍ରାମର ଜଣେ ବ୍ୟକ୍ତି ୧୨୫ ଟଙ୍କାର ଗ୍ରୋସରୀ ଜିନିଷ ବାକିରେ ନେଇଥିଲେ। କିଛିଦିନ ଗଲା ପରେ ଦୋକାନୀ ସେହି ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ବାକି ନେଇଥିବା ବ୍ୟକ୍ତି ଜଣଙ୍କ ଉତ୍ୟକ୍ତ ହୋଇ ବୃନ୍ଦାବନଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା। ଏହାପରେ ସିସିଟିଭିକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।